କିର୍ତ୍ତୀ କୁମାରୀ କାନପୁରର ଫଟୋଗ୍ରାଫର | ସେ ଭାରତର ମେଘାଳୟ ରାଜ୍ୟର ଶିଲଙ୍ଗ ଶହର ରେ ଅବସ୍ଥିତ | ତାଙ୍କର ଅଭ୍ୟାସକୁ ସେ କଳା, ପ୍ରକୃତି ଏବଂ ସଂସ୍କୃତିର ମିଳନ ସ୍ଥଳ ବା ତିନି-ଛକ ଠାରେ ପାଇଥାନ୍ତି, ଯାହା ପ୍ରାଚୀନ ଜ୍ଞାନ ପ୍ରଣାଳୀ, ମୌଖିକ ପରମ୍ପରା, ପୁରାଣ, ରୀତିନୀତି, ଲୋକନୃତ୍ୟ ଏବଂ ଅନ୍ୟାନ୍ୟ ସମ୍ବନ୍ଧୀୟ କାହାଣୀର ଅନୁସନ୍ଧାନ ଏବଂ ଡକ୍ୟୁମେଣ୍ଟେସନ୍ ପ୍ରତି ଏକ ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ | ତାଙ୍କର ଅନୁସନ୍ଧାନରେ ପସନ୍ଦର ଉପକରଣ ହେଉଛି କ୍ୟାମେରା, ଯାହା ତାଙ୍କୁ ଅତି ସଚେତନ ଭାବରେ ବିଶ୍ୱର ସାକ୍ଷୀ ହେବାକୁ ଏବଂ ଏହାକୁ ଅଧିକ ଗଭୀରତା ଓ ସୌନ୍ଦର୍ଯ୍ୟ ସହିତ ଅନୁଭବ କରିବାକୁ ଅନୁମତି ଦିଏ | ଅଭିବ୍ୟକ୍ତିର ମାଧ୍ୟମ ଭାବରେ ଫଟୋଗ୍ରାଫିକୁ ନିୟୋଜିତ କରି ସେ ବାସ୍ତବତା ଏବଂ ଭ୍ରମ ମଧ୍ୟରେ ସୂକ୍ଷ୍ମ ରେଖା ଅତିକ୍ରମ କରିବାକୁ ଚେଷ୍ଟା କରନ୍ତି |
କଳାକାର ବିବୃତ୍ତି
କଂସା ଶିଳ୍ପର ଐତିହ୍ୟ ଓ ଏହାର ମୌଳିକ ପ୍ରକୃତିକୁ ବୁଝିବା ପାଇଁ ମୁଁ ଏକ ଭିଜୁଆଲ୍ ଅନୁସନ୍ଧାନ କରୁଛି |ଏହି ଶିଳ୍ପକଳା ଅଭ୍ୟାସକୁ ଗଢ଼ି ତୋଳିଥିବା ସ୍ଥାନୀୟ ଜ୍ଞାନ କୌଶଳକୁ ମୁଁ ଉନ୍ମୁକ୍ତ କରିବାକୁ,ଖୋଲା କୁ ଆଣିବାକୁ ଚାହେଁ |ତେଣୁ ମୁଁ ଉପାଦାନ ଗୁଡ଼ିକ (ଧାତୁ ଓ ତତ୍ତ୍ୱ) କୁ ଅତି ନିକଟରୁ ଦେଖିବା ସହିତ ମୋର ଅନୁସନ୍ଧାନ ଆରମ୍ଭ କରିଛି,ଯେଉଁ ଧାତୁ ଓ ତତ୍ଵ ଏହି ଶିଳ୍ପ ର ବିଶେଷ ଅଙ୍ଗ ହୋଇ ଥାଏ, ଏବଂ ଯେଉଁ ଜାଗାରେ, ବା ଭୌଗୋଳିକ କ୍ଷେତ୍ର ରେ, ଶିଲ୍ପକାର ମାନେ ଏହାର ଅଭ୍ୟାସ କରି ଥାନ୍ତି, ତା'ର ଅନୁଧ୍ୟାନ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ | ଏ ଧାତୁ ଓ ତତ୍ତ୍ୱ ଗୁଡ଼ିକ ହେଲା - ଅଗ୍ନି, ଜଳ, ମୃତ୍ତିକା, ବାୟୁ, ତଥା ତମ୍ବା, ଟିଣ (ରଙ୍ଗ), କୋଇଲା, ଲୁହା (ଜନ୍ତ୍ର) | ଉପାଦାନ ଗୁଡ଼ିକର ବର୍ଣନା କରିବାର ଅର୍ଥ ଶିଲ୍ପକାର ହାତରେ ଏମାନେ କି ରୂପ ଧାରଣ କରନ୍ତି, କେମିତି ପ୍ରବାହିତ ହୁଅନ୍ତି, ମିଶି ଯାଆନ୍ତି ଏବଂ ଶିଳ୍ପି ର ଇଛାକୃତ ଆକାର ଗ୍ରହଣ କରନ୍ତି, କାରିଗରମାନଙ୍କ ଦ୍ୱାରା ତିଆରି ହୁଅନ୍ତି ତା ମଧ୍ୟ ବର୍ଣନା କରିବା | ଆମେ ପ୍ରକ୍ରିୟାର ଜଟିଳତା ଏବଂ କାରିଗରମାନଙ୍କ ସମନ୍ୱୟକୁ ଏକାଠି ଦେଖୁ, ଯାହା ବିନା ଶିଳ୍ପର ସୌନ୍ଦର୍ଯ୍ୟ ଏବଂ କାର୍ଯ୍ୟ ବାସ୍ତବ ହୋଇପାରିବ ନାହିଁ | ଏହି ସମସ୍ତ ଦିଗ ଗୁଡ଼ିକୁ ଲିପିବଦ୍ଧ କରି ମୁଁ ଏକ ନୂତନ ଦୃଷ୍ଟିକୋଣ ସହିତ ଏହି ଶିଳ୍ପକୁ ଦେଖିବାର ସୁଯୋଗ ତିଆରି କରିବାକୁ ଚାହେଁ, ତଥା ଏହା ଦ୍ୱାରା ଶିଳ୍ପ ଅଭ୍ୟାସ ର ତାଳ କୁ ଏକ କାବ୍ୟ କଳ୍ପନା ର ପ୍ରବେଶ ଦ୍ୱାର ପରି ଉପସ୍ଥାପିତ କରିବାକୁ ଚାହେଁ| ଏହି ଉପାୟରେ ଏ ଶିଳ୍ପକୁ ମନେ ରଖି ହେବ, ବୁଝି ହେବ ଏବଂ ସମୀକ୍ଷା କରାଯାଇପାରିବ |