ରୀତବାନ୍ ଘୋଷ ସମୟର ସମସାମୟିକ ଅନ୍ତରାଳ ତରଙ୍ଗଗୁଡ଼ିକ ମଧ୍ୟରେ ପ୍ରଶ୍ନ ନିୟୋଜିତ କରନ୍ତି | ପ୍ରତିଛବି, ମୂର୍ତ୍ତି, ଖାଦ୍ୟ ଏବଂ ପ୍ରଦର୍ଶନ ମାଧ୍ୟମରେ,ଦେଖାଯାଉଥିବା ଏବଂ ଅଦୃଶ୍ୟ ବା କଳ୍ପିତ ବିଷୟରେ ଓ ସେମାନଙ୍କ ମଧ୍ୟରେ ହସ୍ତକ୍ଷେପ କ୍ଷମତା ଥିବା ଚିତ୍ର ବିଷୟରେ କରୁଣାମୟ ପରୀକ୍ଷଣ କରନ୍ତି | ଶକ୍ତି, ପ୍ରମାଣ ଏବଂ ଐତିହାସିକ ଧାରଣା ପରିପ୍ରେକ୍ଷୀରେ ବୁଝାମଣା କରି, ସୀମା ଏବଂ ଅସମର୍ଥତାର ବିଭିନ୍ନ ବକ୍ତବ୍ୟରେ ବିଭକ୍ତ ବିଷୟ ମଧ୍ୟରେ ସେ ବିନା ଦ୍ବିଧାରେ ନିଜର କଳାତ୍ମକତା ଆଡ଼କୁ ଯାତ୍ରା କରିଥାନ୍ତି |
ଦି ସନଡେ ଟାଇମ୍ସ ଏବଂ ବେଟର ଫଟୋଗ୍ରାଫି ପତ୍ରିକାରେ ପ୍ରକାଶିତ ତାଙ୍କ କାମ 'ଲୋନଲି ସାଇଡ୍ ଅଫ୍ ଫୋର୍ସ' (2019) ପାଇଁ ସେ ଟୋଟୋ-ତସବୀର୍ ପୁରସ୍କାର ପାଇଛନ୍ତି | ତାଙ୍କର କଳାକୃତି 'ଟେଣ୍ଡର ଇଜ୍ ଦ ନାଇଟ୍' ମୂର୍ତ୍ତିନାୟକ୍ ଫାଉଣ୍ଡେସନ୍ (2020) ଦ୍ୱାରା ସମର୍ଥିତ KHOJ (2021) ରେ ପ୍ରଦର୍ଶିତ ହୋଇଥିଲା | ତାଙ୍କର ଭିଡିଓ 'ନୟନା' (2021) ସନଡାନ୍ସ ଇଗ୍ନାଇଟ୍ X ଆଡୋବ ଫେଲୋସିପ୍ ପାଇଁ ଫାଇନାଲିଷ୍ଟ ଥିଲା, ଯାହା ସିନେଟୋରୋ ଏବଂ ହରକତ ଷ୍ଟୁଡିଓରେ ପ୍ରଦର୍ଶିତ ହୋଇଥିଲା | ତାଙ୍କର ବକ୍ତୃତା ପ୍ରଦର୍ଶନ 'ହାଇଡ୍ରା-ମୋର୍ଫିଙ୍ଗ୍' (2023) ଲା ଷ୍ଟ୍ରାଡିନାରିଆରେ ପ୍ରସାରିତ ହୋଇଥିଲା ଏବଂ LATITUDE 28 ରେ ତାଙ୍କର ମୂର୍ତ୍ତି 'ଓପ୍ରେସିଭ୍ ଷ୍ଟିଲନ୍ସ ଇନ୍ ଦି ଏୟାର' (2023) ପ୍ରଦର୍ଶିତ ହୋଇଥିଲା | ଭଙ୍ଗା ବୁଦ୍ଧ, ପଦଦଳିତ ସାପ, ହଳଦିଆ ରାତି, ଏବଂ କ୍ୟାପସୁଲାଇଜଡ୍ ବର୍ଜ୍ୟବସ୍ତୁ ସହିତ କାର୍ଯ୍ୟ କରିବା, ଏହା ତାଙ୍କୁ କେବେ ହେଲେ ବିସ୍ମିତ କରିବା ବନ୍ଦ କରେ ନାହିଁ ଯେ ଆମେ କିପରି ବଞ୍ଚିଛୁ ବା କେମିତି ବଂଚି ରହିଛୁ, ଏବଂ କେମିତି କ୍ରମାଗତ ଭାବରେ ଆମେ ନିଜକୁ ଯେକୌଣସି ପରିସ୍ଥିତି ଏବଂ ସବୁକିଛି ସହିତ ଖାପ ଖୁଆଇଥାଉ, ଆଉ ସେଇ ଏକ ପ୍ରକାର ମଣିଷ ରହିନଥାଉ |
କଳାକାର ବିବୃତ୍ତି
ଅନ୍ୟ ଶବ୍ଦରେ, ତିଆରି କରିବା ଯେତିକି ପଦାର୍ଥ ସମ୍ବନ୍ଧୀୟ ସେତିକି ସମ୍ପର୍କ ସମ୍ବନ୍ଧୀୟ
ମାନବ ଏବଂ ଅଧିକ-ମାନବ ଅଭିନେତାଙ୍କ ସମାବେଶ ମଧ୍ୟରେ ବାଣ୍ଟି ହୋଇଥିବା ‘ଏଜେନ୍ସି’କୁ ବୁଝିବା ପାଇଁ ଏହି ପଦାର୍ଥକୁ ଏକ ବାକପଟୁ ଏଜେଣ୍ଟ ଭାବରେ ଗ୍ରହଣ କରି, ଏହି ଗବେଷଣା ଚିନ୍ତା କରେ ଯେ ଶକ୍ତି କିପରି ଗଠନ କରିପାରେ, ପଦାର୍ଥ ଭିତରେ ପଶି ପାରେ, ଏବଂ ତିଆରି ପ୍ରକ୍ରିୟାକୁ ସୂଚିତ କରିପାରେ | ଭାଷା ଯେପରି କେବଳ ଶରୀରର ଦକ୍ଷତା ନୁହେଁ, ବରଂ ଏକ ସାଂସ୍କୃତିକ ଅଧିଗ୍ରହଣ, ହସ୍ତଶିଳ୍ପ ମଧ୍ୟ କେବଳ ଶାରୀରିକ ଦକ୍ଷତା ନୁହେଁ; ବରଂ ଇତିହାସ ଏବଂ ସେମାନଙ୍କ ସଂସ୍କୃତି ମଧ୍ୟରେ ସମ୍ପର୍କର ବୁଝାମଣା ଏବଂ ନିପୁଣତାର ଅନେକଗୁଡ଼ିଏ ନକ୍ଷତ୍ର | ଏହା ହେଉଛି ଜୀବନର ସମ୍ମିଳିତ କରିବା କ୍ରିୟା ଏବଂ ଏହାର ଅଂଶୀଦାର ସବୁ ବ୍ରହ୍ମାଣ୍ଡ ବିଜ୍ଞାନ |
ପରିବର୍ତ୍ତନରେ ଥିବା ତମ୍ବା, ଜିଙ୍କ୍, ଟିଣର ନୀରବ ଭିଡିଓଗୁଡିକ ପାଞ୍ଚଟି ଛିଣ୍ଡାଯାଇଥିବା ପିତ୍ତଳ ଖଣ୍ଡ ଉପରେ ମ୍ୟାପ୍ ହୋଇଛି | ବାମକୁ ବୁଲନ୍ତୁ ଏବଂ ସେଠାରେ ଏକ ବଡ଼ କ୍ରପ୍ ହେଇଥିବା ପ୍ରତିମା ଚିତ୍ର ଅଛି ଯିଏ ବିନା ଭାଷାରେ, ମୌନ ରହି ମଧ୍ୟ, କଥା କହୁଛି | ମୁହଁରୁ, ଅସମ୍ପୂର୍ଣ୍ଣ ଗତିବିଧି ଦର୍ଶକଙ୍କୁ ଶୁଣିବାକୁ ଆକର୍ଷିତ କରୁଛି | ସେମାନେ ଶୁଣନ୍ତି: ଆମ ପରି ଲୋକମାନଙ୍କ ବିଷୟରେ ଆପଣ କ’ଣ ଭାବୁଛନ୍ତି ? ଆପଣ ନିଜକୁ କିପରି ବ୍ୟାଖ୍ୟା କରିବେ? ଆପଣଙ୍କ ପାରଦର୍ଶୀତା କଣ ଆପଣଙ୍କ ସହ ମରିଯାଏ କି? ଉତ୍ତରଗୁଡ଼ିକ ବରଖାସ୍ତ କରିବା ଏବଂ ବିଚ୍ଛିନ୍ନତା ର ସୁଚକାଙ୍କ | ଆଗକୁ ଚାଲନ୍ତୁ, ଏବଂ କୁହୁଡ଼ିର ପରଦାଟିଏ ପରିଶ୍ରମ ଏବଂ ଶ୍ରମର ଏକ ତାଳଯୁକ୍ତ ଝଙ୍କାର କରେ |
ବାଳକାଟୀ ସମ୍ପ୍ରଦାୟ ପ୍ରତି ଏକ ସମ୍ବେଦନଶୀଳ ନୃବଂଶବିଜ୍ଞାନ ଆଭିମୁଖ୍ୟ ମାଧ୍ୟମରେ, ଏହି ଅନୁସନ୍ଧାନ କଳା / ହସ୍ତଶିଳ୍ପ / କଳାକୃତି / ଶିଳ୍ପକଳାର ରକ୍ତାକ୍ତ ନାମକରଣକୁ ନେଇ ଯୁକ୍ତି କରେ ଯେ ସୌନ୍ଦର୍ଯ୍ୟ, ଉପଯୋଗିତା, ଏବଂ ମୂଲ୍ୟର ଦର୍ଶନ ଯାହା ଉଚ୍ଚ କଳା ଦ୍ୱାରା ଧାରଣାବଦ୍ଧ କରା ହୋଇ ଆଧିପତ୍ୟ ସ୍ଥାପନ କରା ଯାଇଛି,ଏହି ଧାରଣାଗୁଡ଼ିକୁ ନିଜ ପଦ୍ଧତିରେ ହୃଦୟଙ୍ଗମ କରିବା ଦଳିତଙ୍କୁ ଅଭିଭୂତ କରି ସୁଯୋଗକୁ ଅସ୍ପଷ୍ଟ କରିଦିଏ | ଆଶା କରାଯାଏ ଯେ ଏହି ପ୍ରକ୍ରିୟା, ଅଭ୍ୟାସ ଏବଂ ଉତ୍ପାଦନର ଚିନ୍ତାଧାରା ଆଣିବାର ଏହି ସଂଳାପ କଂସା ଧାତୁ କାରିଗର ସମ୍ପ୍ରଦାୟ ସମ୍ମୁଖୀନ ହେଉଥିବା ଜଟିଳତାକୁ ବୁଝିବା ଏବଂ ତା ଉପରେ ବିଶେଷ ଜୋର ଦେଇ ବିକାଶର ସମ୍ଭାବନା ସୃଷ୍ଟି କରିପାରେ |
Lazzarato, Maurizio (1996). "Immaterial labor". In Virno, Paolo; Hardt, Michael (eds.). Radical Thought in Italy: A Potential Politics. University of Minnesota Press. pp. 142–157.