
23 Sept 2025
ଓଡ଼ିଶା କ୍ରାଫ୍ଟ ଓଡିସି ଦ୍ୱିତୀୟ ଖୋଲା ଷ୍ଟୁଡିଓ ଆୟୋଜନ କରୁଛି, ଯାହା ଆଦିବାସୀ ହସ୍ତଶିଳ୍ପ ପାଇଁ ଏକ ନୂତନ ଦୃଷ୍ଟିକୋଣ ଏବଂ ଅଭିନବ ଗବେଷଣା ପ୍ରଦର୍ଶିତ କରୁଛି.
Link to full-Article
ଭୁବନେଶ୍ୱର; ଏମ୍ଜିଏମ ଫାଉଣ୍ଡେସନ ଏବଂ ଭୁବନେଶ୍ୱର ଏକ୍ସପେରିମେଣ୍ଟାଲ ଆର୍ଟ ଆଣ୍ଡ ଡିଜାଇନ ଷ୍ଟୁଡିଓ ଦ୍ୱାରା ଏକ ଅଗ୍ରଣୀ ସାଂସ୍କୃତିକ ପ୍ରଚେଷ୍ଟା ଓଡ଼ିଶା କ୍ରାଫ୍ଟ ଓଡ଼ିଶୀ (ଓସିଓ)ର ପ୍ରୟାସ ଜରିଆରେ ଭୁବନେଶ୍ୱର ମହାନଗର ହସ୍ତଶିଳ୍ପର କାର୍ଯ୍ୟାଭ୍ୟାସ ଉପରେ ଏକ ଅସାଧାରଣ ପ୍ରଦର୍ଶନୀ ଆୟୋଜିତ ହୋଇଛି। ଓସିଓ ‘ଦି ପପୁଲାର ପିପଲି: ଥ୍ରେଡ୍ସ୍ ଅଫ ମେମୋରୀ, ନେଟୱର୍କସ୍ ଅଫ ପାୱର’ ଶୀର୍ଷକରେ ଶିବଦାସ ସେନଗୁପ୍ତାଙ୍କ ଦ୍ୱାରା ନିଖୁଣ ଭାବରେ ପ୍ରସ୍ତୁତ ଏହାର ଦ୍ୱିତୀୟ ଗବେଷଣାତ୍ମକ ପ୍ରଦର୍ଶନୀ ଭୁବନେଶ୍ୱରସ୍ଥିତ ଲଳିତ କଳା ଏକାଡେମୀରେ ଆୟୋଜନ ହୋଇଯାଇଛି।
ଅନେକ କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀଠାରୁ ଭିନ୍ନ ଓସିଓର ପ୍ରଦର୍ଶନୀଗୁଡିକ କଳାକାଳ, ଗବେଷକ ଏବଂ କାରିଗରମାନଙ୍କ ସମ୍ମିଳିତ ଅଂଶଗ୍ରହଣରେ କରାଯାଇଥିବା ଜଟିଳ ଗବେଷଣାଧର୍ମୀ ସର୍ବେକ୍ଷଣକୁ ପରିକଳ୍ପନା କରୁଛି । ଏହି ସଂସ୍କରଣ ଓଡ଼ିଶାର ଜୀବନ୍ତ ଐତିହ୍ୟର ସଂରକ୍ଷଣ ଏବଂ ପୁନଃସୁଦୃଢୀକରଣ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ଓସିଓର ଦ୍ୱିତୀୟ ଉଲ୍ଲେଖନୀୟ ଏହି କାର୍ଯ୍ୟକ୍ରମ ୨୦୨୫ ଆବାସିକତାର ସାର୍ବଜନୀନ ପରିଣତି ଭାବରେ ଉପସ୍ଥାପିତ ହୋଇଥିଲା, ଯାହା ପିପିଲିର ସୁଦକ୍ଷ ଚାନ୍ଦୁଆ କାରିଗରୀ ଉପରେ ଦୃଷ୍ଟିନିବଦ୍ଧ କରୁଛି ।
ମଧୁଲିକା ଏସ୍ ନାଇଡୁ ମୋତିଫ, କୋଶଳ ଏବଂ ସାମାଜିକ ପଦାନୁକ୍ରମଗୁଡିକ ଜରିଆରେ ପିପିଲିର ଚାନ୍ଦୁଆର ଐତିହାସିକ ବିବର୍ତ୍ତନର ଅନୁଗମନ କରିଛି, ଯାହା ସହାବସ୍ଥାନକାରୀ ହସ୍ତଶିଳ୍ପ ଜ୍ଞାନବିଜ୍ଞାନ ସଂସ୍ଥାପନରେ ଚୂଡାନ୍ତ ହେଉଛି । ରିଆ ମୋରାସ୍ ଅଂଶଗ୍ରହଣକାରୀ ପ୍ରକଳ୍ପସମୂହ ଏବଂ ପଦାର୍ଥଗତ ଅନୁସନ୍ଧାନ ଜରିଆରେ ମହିଳାଙ୍କର ସ୍ୱର ଏବଂ ସାମୂହିକ ଗ୍ରନ୍ଥକାରିତାକୁ ଅଗ୍ରଭାଗରେ ରଖି ସିଲେଇ କୋଶଳକୁ ସନ୍ନିହିତ ଜ୍ଞାନ ଭାବରେ ପରୀକ୍ଷା ନିରୀକ୍ଷା କରିଥିଲେ।
ଏହି ଗବେଷଣା-ଭିତ୍ତିକ ଆଭିମୁଖ୍ୟ ପିପିଲି ଚାନ୍ଦୁଆ ହସ୍ତଶିଳ୍ପକୁ କେବଳ ଏକ କଳାକୃତିରୁ ଅଧ୍ୟୟନର ଏକ ଚମକ୍ରାର କ୍ଷେତ୍ର ଭାବରେ ଉଚ୍ଚତର ସୋପାନକୁ ନେଇଯିବା ସହିତ କଳାତ୍ମକ ଅଭିବ୍ୟକ୍ତି ଏବଂ ଶିକ୍ଷାଗତ ଆଲୋଚନା ନିମନ୍ତେ ନୂତନ ସୁଯୋଗ ଯୋଗାଇ ଦେଉଛି । ଓସିଓ କାର୍ଯ୍ୟର ଗୁରୁତ୍ୱ ଏହାର ବ୍ୟକ୍ତିଗତ ଆବାସିକତାର ଯଥେଷ୍ଟ ଊଦ୍ଧ୍ୱର୍କୁ ପରିବ୍ୟାପ୍ତ ହୋଇଛି। ଏହା ଓଡ଼ିଶାର ହସ୍ତଶିଳ୍ପ ଐତିହ୍ୟ ଉପରେ ଜ୍ଞାନର ଏକ ନୂତନ ସଂସ୍ଥା ନିର୍ମାଣ କରିବା ପ୍ରତିବଦ୍ଧ ଦୀର୍ଘସୂତ୍ରୀ ପ୍ରୟାସ ହୋଇଛି, ଯାହା ଏହାର ଦୀର୍ଘସ୍ଥାୟୀ ଭବିଷ୍ୟତକୁ ସୁନିଶ୍ଚିତ କରୁଛି ।