top of page

କଂସା ଶିଳ୍ପର ସଂରକ୍ଷଣ ଓ ପ୍ରସାର ପାଇଁ ହୋଇଥିବା ଉଦ୍ୟମକୁ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

Link to full-Article

ଭୁବନେଶ୍ୱର: ଏମଜିଏମ୍ ଫାଉଣ୍ଡେସନ୍ ଏବଂ ଭୁବନେଶ୍ୱର ଏକ୍ସପେରିମେଣ୍ଟାଲ୍ ଆର୍ଟ ଆଣ୍ଡ୍ ଡିଜାଇନ୍ ଷ୍ଟୁଡିଓ (ବିଇଏଡ଼ିଏସ୍‌) , ପକ୍ଷରୁ ପ୍ରସ୍ତୁତ "କଂସା : ପରମ୍ପରା ଗଠନ, ଭବିଷ୍ୟତ ରୂପରେଖ  " ନାମକ ଏକ ଗବେଷଣାତ୍ମକ ପୁସ୍ତକ ଆଜି ଓଡିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି, ଯାହା ଓଡ଼ିଶାର ସମୃଦ୍ଧ କଂସା ଶିଳ୍ପ ଐତିହ୍ୟକୁ ପ୍ରଦର୍ଶିତ କରୁଛି । ଏହି ପୁସ୍ତକ, ଓଡ଼ିଶା କ୍ରାଫ୍ଟ ଓଡିସି (ଓସିଓ ) ଫେଲୋସିପ୍ କାର୍ଯ୍ୟକ୍ରମ ୨୦୨୪ -୨୫  ଦ୍ୱାରା ପରିଚାଳିତ ଗଭୀର ଗବେଷଣାକୁ ପ୍ରତିପାଦିତ କରିଛି । ପୁସ୍ତକ ଉନ୍ମୋଚନ ଉତ୍ସବରେ ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀ, ଏମଜିଏମର ପରିଚାଳନା ନିର୍ଦ୍ଦଶକ ପଙ୍କଜ ଲୋଚନ ମହାନ୍ତି ଉପସ୍ଥିତ ରହି କଂସା ଧାତୁର ସଂରକ୍ଷଣ ଦିଗରେ ଏଭଳି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହିତ କାରିଗରମାନଙ୍କୁ ସମ୍ମାନିତ କରିଥିଲେ ।

bottom of page