
21 Sept 2026
ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରା ସମ୍ପର୍କିତ ବିସ୍ତୃତ ତଥ୍ୟ ଥିବା ଦ୍ୱିଭାଷୀ ପୁସ୍ତକ “ଚାନ୍ଦୁଆ : କାନୋପିଜ୍ ଅଫ୍ ଲେବର” ଉନ୍ମୋଚିତ.
Link to full article:
ଭୁବନେଶ୍ୱର, ସେପ୍ଟେମ୍ବର ୨୦, ୨୦୨୬: ଓଡ଼ିଶା କ୍ରାଫ୍ଟ ଓଡିସି (ଓସିଓ) ପକ୍ଷରୁ ଓଡ଼ିଶା ରିସର୍ଚ୍ଚ ସେଣ୍ଟର୍ (ଓଆର୍ସି) ଅଡିଟୋରିୟମ୍, ଭୁବନେଶ୍ୱର ଠାରେ ଓସିଓ ସିମ୍ପୋସିୟମ୍ ୨୦୨୬, ମ୍ୟାପିଂ ଟ୍ରାଞ୍ଜିସନ୍ସ୍: ଆର୍ଟ, କ୍ରାଫ୍ଟ, ଆଣ୍ଡ୍ ଦି ଏଥ୍ନୋଗ୍ରାଫିକ୍ ଟର୍ଣ୍ଣର ସମାପନ ଅଧିବେଶନ କାଳରେ ଓଡ଼ିଶାର ଚାନ୍ଦୁଆ ପରମ୍ପରା ଏବଂ ତାହାକୁ ବଜାୟ ରଖିଥିବା ଗୋଷ୍ଠୀ, ଜ୍ଞାନ ଓ ଶ୍ରମ ସମ୍ପର୍କିତ ବିସ୍ତୃତ ତଥ୍ୟ ସ୍ଥାନ ପାଇଥିବା ଏକ ଦ୍ୱିଭାଷୀ ପ୍ରକାଶନ ‘ଚାନ୍ଦୁଆ: କାନୋପିଜ୍ ଅଫ୍ ଲେବର୍’ ଉନ୍ମୋଚିତ ହୋଇଥିଲା ।
ମୁଖ୍ୟ ଅତିଥି ଶ୍ରୀ ବିଶାଲ୍ କୁମାର ଦେବ, ଆଇଏଏସ୍, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶକ୍ତି ଏବଂ ଇ ଆଣ୍ଡ୍ ଆଇଟି ବିଭାଗ, ଓଡ଼ିଶା ସରକାର ଏବଂ ସମ୍ମାନନୀୟ ଅତିଥି ଶ୍ରୀ ରାଜୀବ ସେଠୀ, ଭାରତୀୟ ଡିଜାଇନର୍ ଓ ସିନୋଗ୍ରାଫର୍ ତଥା ପଦ୍ମ ଭୂଷଣ ସମ୍ମାନ ବିଜେତାଙ୍କ ଉପସ୍ଥିତିରେ ଏହି ପ୍ରକାଶନ ଉନ୍ମୋଚିତ ହୋଇଥିଲା । ଏହାର ଉନ୍ମୋଚନ ସହିତ ଏକ ଦିବସୀୟ ବ୍ୟାପୀ ବିଚାର ଆଲୋଚନାର ପରିସମାପ୍ତି ଘଟିଥିଲା, ଯେଉଁଥିରେ କଳାକାର, ଗବେଷକ, ଡିଜାଇନର୍, ସାଂସ୍କୃତିକ ପ୍ରଦର୍ଶନକାରୀ ଏବଂ ପ୍ରତିଷ୍ଠାନଗୁଡିକର ସ୍ୱର କଳା, କାରିଗରୀ ଓ ନୃତାତ୍ତ୍ୱିକ ଅଭ୍ୟାସ ମଧ୍ୟରେ ବିକାଶଶୀଳ ସମ୍ପର୍କ ବିଷୟରେ ପରୀକ୍ଷା ନିରୀକ୍ଷା କରିବାକୁ ଏକତ୍ରିତ ହୋଇଥିଲେ ।
ଓଡ଼ିଶା କ୍ରାଫ୍ଟ ଓଡିସି ଦ୍ୱାରା ପ୍ରକାଶିତ ‘ଚାନ୍ଦୁଆ: କାନୋପିଜ୍ ଅଫ୍ ଲେବର୍’ରେ ପୂର୍ଣ୍ଣ ପ୍ରସ୍ତୁତ କାରିଗରୀ ଲକ୍ଷ୍ୟର ଊର୍ଦ୍ଧରେ ଓଡ଼ିଶାର ଚାନ୍ଦୁଆ ପରମ୍ପରାଗୁଡିକ ସମ୍ପର୍କରେ ପରୀକ୍ଷା ନିରୀକ୍ଷା କରିବାକୁ କ୍ଷେତ୍ରସ୍ତରୀୟ କାର୍ଯ୍ୟ, ଅଭିଲେଖୀୟ ଗବେଷଣା, ଦୃଶ୍ୟମାନ ନଥିପତ୍ର ଏବଂ କାରିଗରମାନଙ୍କର ଜୀବନୀ ଆଦିକୁ ଏକତ୍ରିତ କରାଯାଇଛି । ଏହି ପ୍ରକାଶନରେ ଚାନ୍ଦୁଆ ସହିତ ସଂଯୁକ୍ତ ଶବ୍ଦାବଳୀ, ସାମଗ୍ରୀ, କୌଶଳ, ସାଂସ୍କୃତିକ ପରିପ୍ରେକ୍ଷୀ ଏବଂ ପରିବର୍ତ୍ତନଶୀଳ ଅଭ୍ୟାସଗୁଡିକ ସମ୍ପର୍କିତ ତଥ୍ୟ ସ୍ଥାନପାଇଛି ଏବଂ ଏହାର ବର୍ଣ୍ଣନାର କେନ୍ଦ୍ର ସ୍ଥଳରେ ଏହାର ପ୍ରସ୍ତୁତିକାରୀମାନଙ୍କର ଅନୁଭୂତି ଓ ଜ୍ଞାନକୁ ସ୍ଥାନିତ କରାଯାଇଛି ।
୨୦୨୬ ସଂସ୍କରଣ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ପ୍ରକାଶିତ ହୋଇଛି ଏବଂ ଏହାର ସମ୍ପାଦନା କରିଛନ୍ତି ପ୍ରେମ୍ଜୀଶ୍ ଆଚାରୀ ଓ ଶିବଦାସ ସେନ୍ଗୁପ୍ତ । ଗବେଷଣା ଓ ତଥ୍ୟ ସଂକଳନ କାର୍ଯ୍ୟ ଓସିଓ ଫେଲୋସିପ୍ ପ୍ରୋଗ୍ରାମ୍ ୨୦୨୫-୨୬ ଜରିଆରେ କରାଯାଇଥିବାବେଳେ ମଧୁଲିକା ଏସ୍. ନାଇଡୁ ରିସର୍ଚ୍ଚ ଫେଲୋ ଏବଂ ରାଜ୍ ମୌର୍ଯ୍ୟ ଆର୍କାଇଭିଷ୍ଟ୍ ଫେଲୋ ଭାବରେ କାର୍ଯ୍ୟ କରିଥିଲେ । ସେମାନଙ୍କର କାର୍ଯ୍ୟ କରିଗରୀ ଜ୍ଞାନର ସଂଚରଣ, କୌଶଳ ଓ କାର୍ଯ୍ୟାଭ୍ୟାସଗୁଡିକର ବିବର୍ତ୍ତନ ଏବଂ ଏହି ପରମ୍ପରା ନିରନ୍ତର ଭାବରେ କାର୍ଯ୍ୟକାରୀ ହେଉଥିବା ପରିବର୍ତ୍ତନଶୀଳ ପରିପ୍ରେକ୍ଷୀଗୁଡିକ ସମ୍ପର୍କରେ ପରୀକ୍ଷା ନିରୀକ୍ଷା କରିବାକୁ କ୍ଷେତ୍ରସ୍ତରୀୟ ଗବେଷଣା ଏବଂ ଅଭିଲେଖୀୟ ବିଷୟଗୁଡିକୁ ଏକତ୍ରିତ କରିଛି ।